ଅନୁଭବଙ୍କୁ ଝଟକା
ଅନେକ ଦିନ ହେବ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବିବାଦ ଚର୍ଚ୍ଚାର ବିଷୟ ହୋଇ ରହିଥିଲା

ଅନେକ ଦିନ ହେବ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ଚାଲିଥିବା ବିବାଦ ଚର୍ଚ୍ଚାର ବିଷୟ ହୋଇ ରହିଥିଲା । ଅଭିନେତା ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣି ଏକ ଝଟକା ଲାଗିଛି । ଅନୁଭବଙ୍କ ଓ ପତ୍ନୀ ବର୍ଷା ଭଭୟ କରିଥିବା ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ । ସ୍ୱାମୀ- ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।
ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି। ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀ) ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ।