ବାଲୁକା କଳା ମାଧ୍ୟମରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଯାଏ ସବୁଠି ଉତ୍ସବ ମୁଖର ପାରିବେଶ

ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଯାଏ ସବୁଠି ଉତ୍ସବ ମୁଖର ପାରିବେଶ। ଏ ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାକଳା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଆକର୍ଷଣୀୟ ବାଲୁକା କଳାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ସେ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ମେରା ଦେଶ ମହାନ ଓ ହାପି ରିପବ୍ଲିକ ଡେର ବାଲୁକା କରି ଶୁଭେଚ୍ଛା ଜଣାଇଛନ୍ତି ।
ବାଲିରେ ତ୍ରିରଙ୍ଗା ସହ ଅଶୋକ ଚକ୍ରକୁ ଅତି ନିଖୁଣ ଭାବେ ତିଆରି କରିଛନ୍ତି। ୭୫ତମ ସାଧାରଣତନ୍ତ୍ର ଦିବସ ଓ ମେରା ଭାରତ ମହାନ ର ଲେଖାକୁ ଲେମ୍ବୁ ଦ୍ଵାରା ଫିକା ସବୁଜ ରଙ୍ଗରେ ସେ ସଜେଇଛନ୍ତି । ଏହି ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ବେଳାଭୁମିରେ ପର୍ଯ୍ୟଟକ ମାନଙ୍କ ବେଶ୍ ଭିଡ ଜମିଛି । ଶ୍ରୀ ପଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କାଳରେ ତ୍ରିରଙ୍ଗାର ନାରଙ୍ଗୀ ରଙ୍ଗ କୁ କମଳା, ଧଳା ରଙ୍ଗ କୁ ଧଳା ଫୁଲ ଓ ସବୁଜ ରଙ୍ଗ କୁ କ୍ୟାପ୍ସିକମ୍ ଦ୍ବାରା ଅତି ଚମତ୍କାର ଭାବେ ସଜେଇଛନ୍ତି ।