ସମ୍ବଲପୁରରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା

ସମ୍ବଲପୁରରେ ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି।

ସମ୍ବଲପୁରରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା

ସମ୍ବଲପୁରରେ ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି। ଏହାଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କହିଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଥିଲେ, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ। କିନ୍ତୁ ପୁଣି ପରେ ଏହି କଟକଣାକୁ ସକାଳ ୬ଟା ଯାଏ ବଳବତ୍ତର ରଖାଯାଇଥିଲା।
ପୂର୍ବରୁ ବ୍ରଜବ୍ୟାଣ୍ଡ ଓ ଲିଜଲାଇନ୍ ସେବା ଉପଲବ୍ଧ ଅଛି। ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣା ପରେ ଇଣ୍ଟନେଟ୍ ସେବା ବନ୍ଦ ରହିଥିଲା।

ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟର୍‌ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଥିଲେ। ଅର୍ଥାତ୍ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଥିବା‌ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍‌ନେଟ୍ ପାଇଥିଲେ। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ ବନ୍ଦ ରହିଥିଲା।