କୃଷକ ବିକାଶ ପରିଷଦ ତରଫରୁ ଅକ୍ଷୟ ତୃତୀୟା ପାଳନ 

ଢେ଼ଙ୍କାନାଳ ଜିଲ୍ଲା ଭୁବନ କୃଷକ ବିକାଶ ପରିଷଦ ତରଫରୁ ସ୍ଥାନୀୟ ବୁଦ୍ଧେଶ୍ୱର ପୀଠ ପରିସର ରେ ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷୀ ମୁଠି ଅନୁକୂଳ ହୋଇଯାଇଛି l

କୃଷକ ବିକାଶ ପରିଷଦ ତରଫରୁ ଅକ୍ଷୟ ତୃତୀୟା ପାଳନ 

ଢେ଼ଙ୍କାନାଳ ଜିଲ୍ଲା ଭୁବନ କୃଷକ ବିକାଶ ପରିଷଦ ତରଫରୁ ସ୍ଥାନୀୟ ବୁଦ୍ଧେଶ୍ୱର ପୀଠ ପରିସର ରେ ପବିତ୍ର ଅକ୍ଷୟ ତୃତୀୟା ଓ ଅକ୍ଷୀ ମୁଠି ଅନୁକୂଳ ହୋଇଯାଇଛି l କୃଷକ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବିଶିଷ୍ଟ କୃଷକ ନେତା ଶଶାଙ୍କ ଶେଖର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷି ମୁଠି ଅନୁକୂଳ କରିଥିଲେ l

ସମ୍ମାନିତ ଅତିଥି ଭାବେ ଅନ୍ୟତମ କୃଷକ ନେତା ଯୋଗୀନଥ ମହାନ୍ତି ,ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁ,କୃଷକ ସଂଘର୍ଷ ସମିତି ସଭାପତି ଇ. ଦେବାଶିଷ ହୋତା ଓ କୃଷକ ନେତା ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ l

କୃଷକ ବିକାଶ ପରିଷଦ ସମ୍ପାଦକ ରଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭ ରେ ଶତାଧିକ କୃଷକ ସ୍ଥାନୀୟ ପାଲାମଣ୍ଡପ ନିକଟରୁ ହଳ ଲଙ୍ଗଳ ଧରି ସହର ପରିକ୍ରମା କରି ବୁଦ୍ଧେଶ୍ଵର ପୀଠରେ ପହଞ୍ଚି ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ପରେ ହଳ କରି ଶସ୍ୟ ବୁଣିଥିଲେ l