ପୁଣି ବଢିଲା ଚାଉଳ ଦର

ପନିପରିବା ଦର ବୃଦ୍ଧି ପରେ ଏବେ ଚାଉଳ ଚିନ୍ତା

ପୁଣି ବଢିଲା ଚାଉଳ ଦର

ପନିପରିବା ଦର ବୃଦ୍ଧି ପରେ ଏବେ ଚାଉଳ ଚିନ୍ତା । ଉପରମୁହାଁ ହେଲାଣି ଚାଉଳ ଦର । ରାଜ୍ୟବାସୀଙ୍କ ମୁଖ୍ୟ ଖାଦ୍ୟ କୁହାଯାଉଥିବା ଚାଉଳ ଦର ବଢିବାରେ ଲାଗିଛି । ସାଧାରଣ କିସମ ଚାଉଳ ଦର କିଲୋ ପିଛା ୧୦ରୁ ୧୨ ଟଙ୍କା ବୃଦ୍ଧି ହେଲାଣି । ଭୁବନେଶ୍ୱରରେ ସାଧାରଣ କିସମ ଚାଉଳ ପୂର୍ବରୁ କ୍ୱିଂଟାଲ ପିଛା ୨୫ ଶହ ଟଙ୍କା ଥିବା ବେଳେ ଏବେ ୩୫ ଶହ ଟଙ୍କାରେ ପହଞ୍ଚିିଲାଣି । କେବଳ ଭୁବନେଶ୍ୱର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଉଳ ଦର ବଢିବାରେ ଲାଗିଛି । ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି ।