VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି
ରାମନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ।

ରାମନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ଆଲୋକମାଳାରେ ସୁସଜ୍ଜିତ ରାମ ମନ୍ଦିର। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାବେଳେ ଅନେକ ମାନ୍ୟଗଣ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। କିନ୍ତୁ ରାମନବମୀ ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଛି। VIP ବ୍ୟକ୍ତି ବିଶେଷଙ୍କୁ ରାମନବମୀ ପରେ ଅର୍ଥାତ ଏପ୍ରିଲ ୧୯ ପରେ ଆସିବାକୁ ଅନୁରୋଧ କରାଯାଇଛି।
ଶ୍ରୀ ଚମ୍ପତ ରାଏ କହିଛନ୍ତି, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ଭିଡ଼ରୁ ଦୂରରେ ରହିବା ପାଇଁ ଏପ୍ରିଲ ୧୯ ପରେ ଆସନ୍ତୁ। ଯଦି ସେମାନେ ରାମନବମୀରେ ଆସିବାକୁ ଇଚ୍ଛୁକ, ତେବେ ତାଙ୍କୁ ସାଧାରଣ ଲୋକଙ୍କ ଭଳି ପ୍ରୋଟୋକଲ୍ ମାନି ଲାଇନ୍ରେ ଆସିବାକୁ ପଡ଼ିବ। ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।