ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଶକ୍ତି ପ୍ରଦର୍ଶନ

ବିରୋଧୀ ଙ୍କ ନିଦ ହଜାଇଲା ବିଜେପି ନେତୃମଣ୍ଡଳୀ, ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ୱିତ୍ ପାତ୍ର ଙ୍କ ସମେତ ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଙ୍କ ବିଶାଳ ଶୋଭାଯାତ୍ରା ।

ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଶକ୍ତି ପ୍ରଦର୍ଶନ

ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ରେ ଆଜି ବିଜେପି ର ଜବରଦସ୍ତ ଶକ୍ତି ପ୍ରଦର୍ଶନ କରାଯାଇଛି ।

ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ର ବେରଵୋଇ ମଣ୍ଡଳ ରେ ସଶକ୍ତ ଜନ ଆଶୀର୍ବାଦ ଯାତ୍ରା ରେ ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଏବଂ ନାରୀନେତ୍ରୀ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଙ୍କ ସହ ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମିଳିତ ଭାବେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜିର ପ୍ରଚଣ୍ଡ ରୌଦ୍ର ତାପରେ ଘରୁ ବାହାରିବା ସମ୍ଭବପର ହେଉ ହଜାର ହଜାର ଜନ ସାଧାରଣ ର ଙ୍କ ମେଳରେ ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ସହିତ ସାମିଲ୍ ହୋଇ ଭାରତୀୟ ଜନତା ପାର୍ଟି ର ନେତୃମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରା କରିଥିଲେ ।

ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଅସହ୍ୟ ଗରମ କୁ ଖାତିର୍ ନକରି ଅବ୍ କୀ ବାର୍ ଫିର୍ ମୋଦୀ ସରକାର ଓ ଜୟ ଶ୍ରୀରାମ ଙ୍କ ନାରାରେ ଚାରିଦିଗ କମ୍ପାଇ ଦେଇ ଥିଲେ । ଏଥି ସହିତ ମୋଦୀଙ୍କ ଅବ୍ କି ବାର୍ ୪୦୦ ପାର୍ ନାରା ମଧ୍ୟ ଜନମେଳି ରେ ବେଶ୍ ଗୁଞ୍ଜରିତ ହୋଇଥିଲା ।

ତେବେ ଚଳିତ ନିର୍ବାଚନ ରଣାଙ୍ଗନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ବେରୋବୋଇ ମଣ୍ଡଳର ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନଙ୍କର ଅଭୂତ ପୂର୍ବ ଜନ ସମର୍ଥନରେ ଏହି ଶୋଭାଯାତ୍ରା ବେଶ୍ ସଫଳତା ଅର୍ଜନ କରି ବିଜେପି ପ୍ରତି ଲୋକ ଙ୍କ ଜନ ସମର୍ଥନ କିପରି ରହିଛି ତାହା ଦର୍ଶାଇଥିଲା ।

ତେବେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ସାଧାରଣତଃ ରାଜ୍ୟ ସରକାରଙ୍କ ଅନୀତି, ଦୁର୍ନୀତି ଶାସନ ରେ ଅବହେଳିତ, ଅତ୍ୟାଚାରିତ, ଓ ବ୍ୟଭିଚାର ର ଶିକାର ହୋଇଥିବା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ର ଦାବୀ ମଧ୍ୟ ସବୁ ପ୍ରମୁଖ ନେତୃମଣ୍ଡଳୀ ଶୁଣିବା ସହ ବୟୋଜ୍ୟେଷ୍ଠ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଚଳିତ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ମାନଙ୍କ ବିପୁଳ ବିଜୟ କାମନା କରି ଆଗାମୀ ଦିନରେ ଏକ ସ୍ଥିର ଓ ସୁଶାସନ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ପାଇବ ବୋଲି ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଜନସାଧାରଣ ଙ୍କୁ ଦୃଢ଼ତାର ସହ କହିଥିଲେ।

ତେବେ ଆଜି ବିଜେପି ର ଏହି ରୋଡ୍ ସୋ ବିରୋଧୀ ଙ୍କ ନିଦ ହଜାଇ ଦେଇଥିବା ନେଇ ଛକ ଗଳି କନ୍ଦି ରେ ଆଲୋଚନା ହେଉଛି ।