ରାଜ୍ୟ ଜିଏସ୍‌ଟିର ଘନ ଘନ ରେଡ୍‌

ଟ୍ରାନ୍ସପୋର୍ଟିଂ ବ୍ୟବସାୟୀ ମହେନ୍ଦ୍ର ବେହେରାଙ୍କ ଘର ସହ ବିଭିନ୍ନ କାର୍ଯ୍ୟାଳୟ ରେ ଚାଲିଛି ଚଢାଉ

ରାଜ୍ୟ ଜିଏସ୍‌ଟିର ଘନ ଘନ ରେଡ୍‌
ଭୁବନେଶ୍ୱର ୨୯।୦୪ : ଷ୍ଟେଟ ଜିଏସଟି ପକ୍ଷରୁ ମାରାଥନ ରେଡ୍‌ । ଟ୍ରାନ୍ସପୋର୍ଟ ବ୍ୟବସାୟୀ ମହେନ୍ଦ୍ର ବେହେରାଙ୍କ ଘର ସମେତ ବିଭିନ୍ନ ବ୍ୟବସାୟିକ କେନ୍ଦ୍ରମାନଙ୍କରେ ଛାପା ମାରିଛି ଷ୍ଟେଟ ଜିଏସଟି ଟିମ୍।

ଖବର ଅନୁଯାୟୀ, ଭୁବନେଶ୍ୱର ଜିଏସଟି ପକ୍ଷରୁ ସୈନିକ ସ୍କୁଲ ସରକାରୀ କଲୋନୀ ନିକଟରେ ଥିବା ଏନବିସି ଇମ୍ପପ୍ରିଆ ଆପର୍ଟମେଣ୍ଟରେ ଥିବା ମହେନ୍ଦ୍ରଙ୍କ ଏକ ଫ୍ଲାଟରେ ରେଡ଼ କରାଯାଇଛି। ଏହାଛଡା କଟକ ଜିଏସଟି ପକ୍ଷରୁ ତାଳଚେର ହାଣ୍ଡିଧୁଆ ଛକରେ ଥିବା ଏକ କ୍ରସରରେ ରେଡ଼ କରାଯାଇଛି।  ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ଟି ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ଼ ଚାଲିଛି । ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସ୍‌ଟି ଡାଟା ମିସ୍‌ମ୍ୟାଚ୍‌ ହେଉଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଏହି ଚଢାଉ ରେ ତାଳଚେରର ୫ଟି ସ୍ଥାନରେ ୨୦ ଜଣିଆ ଜିଏସଟି ଟିମ ନିୟୋଜିତ ହୋଇଛନ୍ତି। ଅନୁଗୁଳ ଓ କଟକ ଡିଭିଜନ ଜିଏସଟିର ମିଳିତ ଭାବରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି।