ସଂସଦର ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ୱୋଧନ

ସଂସଦର ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ୱୋଧନ

ସଂସଦର ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ୱୋଧନ

ସୋମବାର ବଜେଟ୍ ଅଧିବେଶନ । ସଂସଦର ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ୱୋଧନ । ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଉପରେ ସମସ୍ତଙ୍କ ନଜର । ଯେଉଁସବୁ ଗ୍ୟାରେଣ୍ଟି ଦେଇଛୁ ତାହା ବଜେଟ୍ରେ ପ୍ରତିଫଳିତ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୋଦି । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ସାରା ବିଶ୍ୱରେ ସବୁଠୁ ଦ୍ରୁତ ବିକାଶ ଭାରତରେ ହୋଇଛି ।

ଦେଶ ଏବେ ମହତ୍ତ୍ୱପୂର୍ଣ୍ଣ ସ୍ଥିତିରେ ଅଛି । ଏହି କେନ୍ଦ୍ରୀୟ ବଜେଟ୍ ଆଗାମୀ ୫ ବର୍ଷର ଦିଶା ନିର୍ଦ୍ଧାରଣ କରିବ । ଏହା ବଜେଟ୍ ଅମୃତକାଳ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହି ବଜେଟ୍ ବିକଶିତ ଭାରତର ସ୍ୱପ୍ନକୁ ମଜବୁତ୍ କରିବ ।

ଅନ୍ୟପକ୍ଷରେ ମୋଦି ନିଜ ଅଭିଭାଷଣରେ ବିରୋଧୀଙ୍କ ଉପରେ ବର୍ଷିବା ସହ ବିରୋଧୀଙ୍କ ନକାରାତ୍ମକ ରାଜନୀତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିରୋଧୀମାନେ ନିଜ ବିଫଳତା ଲୁଚାଇବାକୁ ଯାଇ ସଂସଦର ଦୁର୍ମୁଲ୍ୟ ସମୟ ନଷ୍ଟ କରନ୍ତି ।

ସୋମବାରଠୁ ସଂସଦର ବଜେଟ୍ ଅଧିବେଶନ । ଏହା ଅଗଷ୍ଟ ୧୨ ଯାଏ ଚାଲିବ । ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ । ଏହା ତାଙ୍କର ସପ୍ତମ ବଜେଟ୍ ହେବ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାସକ ଦଳ ବିଜେପି ସମେତ ୪୪ଟି ଦଳର ୫୫ ନେତା ସାମିଲ ହୋଇଥିଲେ ।