ସବୁ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ଖେଳ

ସବୁ ସରକାରୀ କଲେଜରେ ହେବ କ୍ରୀଡା, ସାଂସ୍କୃତିକ ପ୍ରତିଯୋଗିତା । କୃତୀ ଛାତ୍ରଛାତ୍ରଙ୍କୁ କରାଯିବ ପୁରସ୍କୃତ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଇଣ୍ଟିିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀଙ୍କୁ କ୍ରୀଡା, ସାଂସ୍କୃତିକ କ୍ଷେତ୍ରରେ କ୍ରିୟାଶୀଳ କରିବାକୁ ଏଭଳି କାର୍ଯ୍ୟକ୍ରମ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ।
ବିଶ୍ୱବିଦ୍ୟାଳୟ ସହ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସବୁ ସରକାରୀ ଏବଂ ଆଡେଡ୍ କଲେଜ ଗୁଡିକରେ ପ୍ରତିଯୋଗିତା କରାଯିବ । କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନେଇ କମିଟି ଗଠନ କରି ଏହାର ପରିଚାଳନା କରିବେ । ମୋଟ ୨୦ ପ୍ରକାରର ପ୍ରତିଯୋଗିତା କରାଯିବ । ୧୦୦ରୁ ୨୦୦ ପିଲା ଥିବା କଲେଜକୁ ଦେଢ ଲକ୍ଷ, ୨୦୦ରୁ ୫୦୦ ପିଲା ଥିବା କଲେଜକୁ ୩ ଲକ୍ଷ, ୫୦୦ରୁ ୧୦୦୦ ପିଲା ଥବା କଲେଜକୁ ୪ ଲକ୍ଷ, ହଜାରରୁ ଦୁଇ ହଜାର ପିଲା ଥିବା କଲେଜକୁ ୬ ଲକ୍ଷ ଏବଂ ୨ ହଜାରରୁ ଅଧିକ ପିଲା ଥିବା କଲେଜକୁ ୯ ଲକ୍ଷ ଟଙ୍କା ଦିଆଯିବ ।