ରାଜନୀତି ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ , ଲଢିବେ ୨୦୨୪ ନିର୍ବାଚନ
ପ୍ରିୟଙ୍କା ଲଢିବେ ୨୦୨୪ ସାଧାରଣ ନିର୍ବାଚନ? ରବର୍ଟ ଭଦ୍ରା ଦେଲେ ବଡ଼ ସଂକେତ

ନୂଆଦିଲ୍ଲୀ ୧୨।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ଉଦ୍ୟୋଗପତି ରବର୍ଟ ଭଦ୍ରା ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ନେଇ ଓକିଲାତି କରିଛନ୍ତି। ଭଦ୍ରା କହିଛନ୍ତି ଯେ ଜଣେ ସାଂସଦ ହେବା ପାଇଁ ପ୍ରିୟଙ୍କାଙ୍କର ସମସ୍ତ ଯୋଗ୍ୟତା ରହିଛି। ଏଣୁ ସେ ପାର୍ଲାମେଣ୍ଟକୁ ଯିବା ଦରକାର, ସେ ବହୁତ ଭଲ କାମ କରିବେ ବୋଲି କହିଛନ୍ତି ଭଦ୍ରା । ସେ କହିଛନ୍ତି ଯେ ଯଦି ପ୍ରିୟଙ୍କା ସାଂସଦ ହୁଅନ୍ତି ତେବେ ମୁଁ ବହୁତ ଖୁସି ହେବି। ଏଣୁ ଆଶା କରୁଛି ପାର୍ଟି ଏହାକୁ ସ୍ୱୀକାର କରିବ ଓ ତାଙ୍କ ଲାଗି ପ୍ରସ୍ତୁତି କରିବ
ଉଦ୍ୟୋଗପତି ରବର୍ଟ ଭଦ୍ରା ଙ୍କ ବୟାନ ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ୨୦୨୪ ଲୋକସଭା ନିର୍ବାଚନ ଲଢିବେ ବୋଲି ଆକଳନ କରାଯାଉଛି। ପ୍ରିୟଙ୍କା ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିଥିଲେ। ସେ ନିର୍ବାଚନ ପ୍ରଚାରର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ଉଭୟ ରାଜ୍ୟରେ କଂଗ୍ରେସକୁ ବିଜୟ ମିଳିଛି। ଏଣୁ ଆଶା କରାଯାଉଛି ଆଗାମୀ ନିର୍ବାଚନରେ ପ୍ରିୟଙ୍କା ବଡ଼ ଭୂମିକା ନିର୍ବାହ କରିପାରନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦଳର ସାଧାରଣ ସମ୍ପାଦିକା ଥିବା ପ୍ରିୟଙ୍କାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରେ।
ତେବେ କେନ୍ଦ୍ର ସରକାର ସବୁ ବେଳେ ମୋ ନାଁ ନେଉଥିବା ରବର୍ଟ ଭଦ୍ରା କହିଛନ୍ତି। ସରକାର ଯେତେବେଳେ କୌଣସି ସମସ୍ୟାରେ ଫଶନ୍ତି ଲୋକଙ୍କ ଧ୍ୟାନ ଭଗ୍ନ କରିବାକୁ ମୋତେ ଟାର୍ଗେଟ୍ କରିଥାନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର କୁ ୯ ବର୍ଷ ପୂରଣ ହୋଇଛି। ଯେବେବି କଂଗ୍ରେସ୍ ସରକାରଙ୍କୁ କୌଣସି ପ୍ରସଙ୍ଗରେ ଘେରିଛି ସେତେବେଳେ ସରକାର ମୋ ନାମର ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି। ରାଜନୈତିକ ପ୍ରସଙ୍ଗରେ ମୋ ନାମ ଉଠିବା ପରେ ମୁଁ ମୁହଁ ଖୋଲିଥାଏ । ତେବେ ଆଗାମୀ ସାଧାରଣ ନିର୍ବାଚନ ଅସାଧାରଣ ହେବ ବୋଲି ସେ କହିଛନ୍ତି, କାରଣ କଂଗ୍ରେସକୁ ଏବେ ଅନ୍ୟ ବିରୋଧୀ ଦଳମାନଙ୍କର ସହଯୋଗ ମିଳିଯାଇଛି।