ଗାୟକ ପ୍ରଣବ ପଟ୍ଟନାୟକ ଅସୁସ୍ଥ
ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି

ବିଶିଷ୍ଟ ଗାୟକ ପ୍ରଣବ ପଟ୍ଟନାୟକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅସୁସ୍ଥତା ନେଇ ପତ୍ନୀ କସ୍ତୁରିକା ପଟ୍ଟନାୟକ ସୂଚନା ଦେଇଛନ୍ତି। ଡେଙ୍ଗୁମୁକ୍ତ ହୋଇସାରିଥିଲେ ବି ଦୁର୍ବଳ କାରଣରୁ ସେ କିଛି ଦିନ ହସ୍ପିଟାଲରେ ରହିବେ ବୋଲି ସୂଚନା ମିଳିଛି। ଏଣେ ଅସୁସ୍ଥ ପ୍ରଣବଙ୍କୁ ମେଡିକାଲରେ ସରକାରଙ୍କ ଏକ ପ୍ରତିନିଧି ଦଳ ଭେଟିଛନ୍ତି।