ମୋ ସ୍କୁଲ ନାମ ବଦଳି ହେଲା 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢିତୋଳେ

ମୋ ସ୍କୁଲ ନାମ ବଦଳି ହେଲା 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢିତୋଳେ । ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି । ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

ଆମେ “ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୨୦୨୪-୨୫ ୩ ଶହ ୩୨ କୋଟି ଟଙ୍କା ଆବଣ୍ଟନ କରିବୁ ।

ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡିବେ ତାହା ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଏବଂ Strengthening Teaching- Learning_and_Results_for_States (STARS) କାର୍ଯ୍ୟକାରୀ କରାଯିବ । ଚଳିତ ବର୍ଷ ମୁଁ ସମଗ୍ର ଶିକ୍ଷା ପାଇଁ ୩ ହଜାର ୭ ଶହ ୯୧ କୋଟି ଟଙ୍କା ଏବଂ STARS ପାଇଁ ୭ ଶହ ୧୪ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖୁଛି । ଉଭୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟା, ସଂଚାର ଓ ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯିବ ।

୨୦୨୪-୨୫ ଆର୍ଥିକ ବର୍ଷରୁ PM-SHRI ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟଗୁଡ଼ିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ଯେଉଁଠି ଶିକ୍ଷା ଅନୁକୂଳ ବାତାବରଣ ଓ ଗୁଣାତ୍ମକ ଶିକ୍ଷଣ କୌଶଳ ଉପଲବ୍ଧ ହେବ । ଏହା ସହିତ, ଚଳିତ ଶିକ୍ଷାବର୍ଷରେ ହାଇସ୍କୁଲଗୁଡ଼ିକରେ ଏକ ସମନ୍ବିତ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ କରାଯିବ । ୨୦୨୪-୨୫ରେ ଶ୍ରେଣୀଗୃହରେ କମ୍ପ୍ୟୁଟର ଓ ମୌଳିକ କୋଡିଂ ପାଠ୍ୟକ୍ରମ ପ୍ରଚଳନ ହେବାକୁ ଯାଉଛି ।