୧୦ ଡିଗ୍ରୀ ସେଲସିୟସ ତଳେ ରାଜ୍ୟର ୧୦ ସହର
ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ୬.୫ ଡିଗ୍ରୀ ସହ ସେଲସିୟସ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଛି।

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ବିଶେଷ କରି ଦକ୍ଷିଣ-ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୧୦ଟି ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି। ୬.୫ ଡିଗ୍ରୀ ସହ ସେଲସିୟସ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଛି।
କିରେଇରେ ୭, ଫୁଲବାଣୀରେ ୮.୫, କୋରାପୁଟରେ ୮.୭, କେନ୍ଦୁଝରରେ ୮.୮ , ସୁନ୍ଦରଗଡ଼ରେ ୯, ଝାରସୁଗୁଡ଼ା ୯.୨, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳ ଓ ରାଉରକେଲା ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ
କଟକରେ ୧୩.୫ ଓ ଭୁବନେଶ୍ବରରେ ରାତି ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ ରହିଛି ।