କଫସିରପ୍ ଜବତ, ୧୮ ଗିରଫ

କଫ୍‌ସିରପ୍ ଜବତ ହେବା ସହ ୧୮ ଅଭିଯୁକ୍ତ ଗିରଫ ।

କଫସିରପ୍ ଜବତ, ୧୮ ଗିରଫ

କଫ୍‌ସିରପ୍ ଜବତ ହେବା ସହ ୧୮ ଅଭିଯୁକ୍ତ ଗିରଫ । ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର କଫ୍‌ସିରପ ବୋତଲ ବି ଜବତ ହୋଇଛି । ସେମାନଙ୍କ ମଧ୍ୟରୁ ଚାଲାଣରେ ସାମିଲ ୮ ଜଣ ଓ ବ୍ୟବସାୟ କରୁଥିବା ୧୦ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ ।

ସୂଚନା ଥାଉକି, ଗତ କିଛିଦିନ ହେବ ଏଠାରେ ବେଆଇନ୍ ଭାବେ ଚାଲିଛି କଫ୍‌ସିରପ୍ କାରବାର । ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ସଫଳତା ମିଳିଥିଲା । ୧୭ ଶହ ବୋତଲ କଫସିରଫ ଜବତ କରିବା ସହ ବ୍ୟବହୃତ ୩ଟି ବାଇକ ଦୁଇଟି କାର ଜବତ କରିଛି ପୋଲିସ । ଘଟଣାରେ ୧୮ ଜଣ ଗିରଫ ।