ପଞ୍ଚଲିଙ୍ଗେଶ୍ବର ଦର୍ଶନ ବନ୍ଦ
ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ଝରଣା ପାଣି। ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ

ପଞ୍ଚଲିଙ୍ଗେଶ୍ବର ଦର୍ଶନ ବନ୍ଦ । ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ଝରଣା ପାଣି। ଅନିର୍ଦ୍ଦିଷ୍ଟ କାଳ ଯାଏ ଦର୍ଶନ ବନ୍ଦ କଲେ ମନ୍ଦିର ପ୍ରଶାସନ । ଲଗାଣ ବର୍ଷାରେ ମନ୍ଦିର ପାହାଚ ସହିତ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଝରଣା ପାଣି ଲହଡି ଭାଙ୍ଗୁଛି । ପାଣିର ସୁଅ ପ୍ରଖର ଥିବାରୁ ଲିଙ୍ଗ ସ୍ପର୍ଶ କରିବା ପାଇଁ ବାରଣ କରାଯାଇଛି । ବାବାଙ୍କୁ ସ୍ପର୍ଶ କରିନପାରି ରାଜ୍ୟ ବାହାରୁ ଆସିଥିବା ଭକ୍ତ ନିରାଶ ହୋଇ ଫେରୁଛନ୍ତି ।