ପ୍ରକୃତିର ତାଣ୍ଡବ ଲୀଳା ରେ ଚାଲିଗଲା ୪ ନିରୀହ ଜୀବନ
ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ। ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୁଭୂତ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ। ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୁଭୂତ ହୋଇଛି। ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ଭାବେ ଆହତ ହୋଇଛନ୍ତି। ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଲୋଇସିଂହାର କୁଟିସିଂହା ଗାଁରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି।
ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ଯୁବକ ଯୁବକଙ୍କ ଜୀବନ ଚାଲିଯାଇଛି। ଆରଙ୍ଗ ଗାଁରେ ବଜ୍ରପାତରେ ଅନ୍ୟ ୩ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦାମିଆ ବରବରା କଦମଝୋଲା ଗାଁରେ ଜଣେ ନାବାଳକଙ୍କ ମଧ୍ୟ ପ୍ରାଣ ଚାଲିଯାଇଛି।
ଅନ୍ୟପଟେ, ତାତିରୁ ମିଳିଲା ତ୍ରାହି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୂଭତ ହୋଇଛି। ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି। ରାଜଧାନୀରେ ଅଚାନକ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜନିତ ସମସ୍ୟା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ରାଜ୍ୟରେ ମୌସୁମୀ ଦୁର୍ବଳ ହେତୁ ତାତି ଅନୁଭୁତ ହେଉଥିଲା। ମଧ୍ୟାହ୍ନ ପରେ ରାଜଧାନୀ ଭୁବେଶ୍ବରଠାରେ ବର୍ଷା ହେତୁ ଏକ ପ୍ରକାର ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତୀ ୪୮ଘଣ୍ଟା ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।