ଯୁକ୍ତ ୨ ଖାତା ଦେଖାରେ ବିଳମ୍ବ, ସୋମବାର ମୂଲ୍ୟାୟନ ସରିବାକୁ ଲକ୍ଷ୍ୟ

ଧାର୍ଯ୍ୟ ସମୟରେ ସରିଲାନି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ଦେଖା

ଯୁକ୍ତ ୨ ଖାତା ଦେଖାରେ ବିଳମ୍ବ, ସୋମବାର ମୂଲ୍ୟାୟନ ସରିବାକୁ ଲକ୍ଷ୍ୟ

ଧାର୍ଯ୍ୟ ସମୟରେ ସରିଲାନି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ଦେଖା । ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସାରିବା ପାଇଁ ଚୂଡ଼ାନ୍ତ ହୋଇଥିଲା । ହେଲେ ଛୁଟି ରହିଥିବାରୁ ଏଥିପାଇଁ ଖାତା ଦେଖାରେ ବିଳମ୍ବ ହୋଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତା ୨୨ ତାରିଖ ସୁଦ୍ଧା ଅର୍ଥାତ୍ ସୋମବାର ଦିନ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସିଏଚ୍ଏସ୍ଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ୮୦ରୁ ୯୦ ପ୍ରତିଶତ ଖାତା ଦେଖା ସରିଯାଇଛି । ତେବେ ବାକି ରହିଥିବା ଖାତା ଆସନ୍ତା ସୋମବାର ଦିନ ଶେଷ କରାଯିବ । ତେବେ ପୂର୍ବ ସୂଚୀ ଅନୁଯାୟୀ, ମେ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ ସମୁଦାୟ ୨୭ ଲକ୍ଷ ଖାତା ମୂଲ୍ୟାୟନ କରଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୦% ଖାତା ମୂଲ୍ୟାୟନ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଖାତା ଦେଖା ଚାଲିଛି । ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୮୬ ଜଣ ପିଲା ପରୀକ୍ଷା ଦେଇଛନ୍ତି ।