ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର। ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର: ମନ୍ତ୍ରୀ

ରାଜ୍ୟରେ କମୁଛି ଦାରିଦ୍ର୍ୟ ହାର। ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ୨୦୧୧ରେ ଦାରିଦ୍ର୍ୟ ହାର  ୩୩ ଦଶମିକ ୬ ପ୍ରତିଶତ ଥିଲା। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ  ୨୦୨୩ ଜୁଲାଇ ସୁଦ୍ଧା ଦାରିଦ୍ର୍ୟ ହାର ୧୫ ଦଶମିକ ୬୮  ପ୍ରତିଶତକୁ ହ୍ରାସ ପାଇଛି । 

କେନ୍ଦ୍ର ସରକାର ବିଆରଜିଏଫ ପରି ଅନେକ ଯୋଜନା ବନ୍ଦ କରି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିକାଶ ଜାରି ରଖିରିଛନ୍ତି।  ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଅନ୍ୟାନ୍ୟ ନିଜସ୍ୱ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବାରେ ସଫଳ ହୋଇଛନ୍ତି। ମାଓବାଦୀ ଉପଦ୍ରୁତ  ଅଞ୍ଚଳରେ ମଧ୍ୟ କେନ୍ଦ୍ର ସରକାର  ବିଆରଜିଏଫ ଓ  ଅନ୍ୟ ଯୋଜନା ବନ୍ଦ କରିଦେଇଛନ୍ତି। ସେଠାରେ ରାଜ୍ୟ ସରକାର ଆଇଡିଏଫ  ପରି ନିଜସ୍ୱ ଯୋଜନା କରିଛନ୍ତି। ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଧାନସଭାରେ ସୂଚନା ଦେଇଛନ୍ତି।