ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଳାସପୁର ଦ୍ବାଦଶ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।

ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

କଣ୍ଟାମାଳ, ୨୨ା୧୨ : ଶୁକ୍ରବାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଳାସପୁର ଦ୍ବାଦଶ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଳାସପୁର ଶିଶୁ ବିଦ୍ୟା ମନ୍ଦିରର ସଭାପତି ଶ୍ରୀଯୁକ୍ତ ସୁଦାମ ଚରଣ ଖମାରୀ ଉଦ୍ଘାଟନ କରିଥିଲେ। ଏହି କ୍ରୀଡାରେ ୧୨୬ ଜଣ ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ବିଳାସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମାନନୀୟା ଅମ୍ବିକା ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିଜୟ ପଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଦସ୍ୟା ମାନସୀ ସାହୁ ମଞ୍ଚାସୀନ ଥିଲେ । କୃପାସିନ୍ଧୁ ବଘାର,ସନତ କଲତା , ବିମଳା ବଘାର, ଅନୁରାଧା ଖମାରୀ, ସ୍ବିଟି ଦାଶ ପ୍ରମୁଖ ଗୁରୁଜୀ ଗୁରୁମା କ୍ରୀଡା ପରିଚାଳନା କରିଥିଲେ। ବିଦ୍ୟାଳୟର ସେବିକା ମାନେ ସହଯୋଗ କରିଥିଲେ। ପରିଚାଳନା ସମିତିର ସମ୍ପାଦକ ହିତେନ୍ଦ୍ର ଭୂଷଣ ମେଣ୍ଡିଲି ଧନ୍ୟବାଦ ଅର୍ପଣ କରିଥିଲେ।