୪ ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାରେ ସାମିଲ କରିଛନ୍ତି
ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି ପରେ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି

ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି ପରେ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି । କିଛି ଦିନ ତଳେ ମଧୁବାବୁ ପେନସନ ଯୋଜନାର ପରିସର ବୃଦ୍ଧି କରାଯାଇଛି। ଅଧିକ ୪ ଲକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ସାମିଲ କରିଛନ୍ତି।ଅଗଷ୍ଟ ୧୫ରୁ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ନୂଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହିତାଧିକାରୀଙ୍କୁ ଭତ୍ତା ବାଣ୍ଟି ଥିଲେ।