ରାଜ୍ୟ ସରକାର କିଣିବେ ଆଉ ୭୦ ଆମ୍ବୁଲାନ୍ସ

୧୦୮ ଆମ୍ବୁଲାନ୍ସ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ନେଉଥିବାବେଳେ ନୂତନ ଆମ୍ବୁଲାନ୍ସ ବିଏସକେଓ୍ବାଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାଆଣିବା କରିବ ।

ରାଜ୍ୟ ସରକାର କିଣିବେ ଆଉ ୭୦ ଆମ୍ବୁଲାନ୍ସ

ରାଜ୍ୟରେ ରୋଗୀ ସେବା ହେବ ଆହୁରି ସଶକ୍ତ ହେବ । ଆଉ ୭୦ଟି ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର । ୭୦ଟି ଆମ୍ବୁଲାନ୍ସ ମଧ୍ୟରେ ୩୦ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଥିବାବେଳେ ବାକି ୪୦ଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଛି । ଏଗୁଡ଼ିକ ୧୦୮ ଆମ୍ବୁଲାନ୍ସ ପରିସୀମା ବାହାରେ କାମ କରିବ ।

୧୦୮ ଆମ୍ବୁଲାନ୍ସ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ନେଉଥିବାବେଳେ ନୂତନ ଆମ୍ବୁଲାନ୍ସ ବିଏସକେଓ୍ବାଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାଆଣିବା କରିବ । ଘରୋଇ ହସ୍ପିଟାଲକୁ ରେଫର ହେଉଥିବା ରୋଗୀଙ୍କୁ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇବ । ଗୋଟିଏ ଆମ୍ବୁଲାନ୍ସ ପାଇଁ ନିଯୁକ୍ତି ପାଇବେ ୨ ଜଣ ଡ୍ରାଇଭର । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯାଇବ । ସମସ୍ତ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟ, ସିଡିଏମଓ ଏବଂ ପିଏଚଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।