ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ ନୂଆ ଅତିଥି
ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି

ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି । ୧ହଳ ହୁଲୁକ୍ ଗିବନ, ଏକ ହଳ ଘୁଷୁରୀ ଲାଞ୍ଜି ମାଙ୍କଡ଼ ଓ ଗୋଟିଏ ମାଈ କଳା ହିମାଳୟ ଭାଲୁ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି । ଶୁକ୍ରବାର ଦିନ ନୂଆ ଅତିଥିମାନେ ନନ୍ଦନକାନନ ଚିଡିଆଖାନାରେ ପହଁଚିଛନ୍ତି ।
ଏହା ବଦଳରେ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ନନ୍ଦନକାନନରୁ ଅଣ୍ଡିରା ମହାବଳ ବାଘ କୁନ୍ଦନ ଓ ବାଘୁଣୀ ଆଦ୍ୟାଶାକୁ ବିଦାୟ ଦିଆଯାଇଥିଲା । ଗତ ୨୭ ତାରିଖରେ ଅରୁଣାଚଳ ପ୍ରଦେଶ ଇଟାନଗରରୁ ଦୁଇଟି ହୁଲକ ଗିବନ ଆସିବା ପରେ ଏମାନଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।