୪ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ

୪ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ

୪ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ

ରାତିଅଧରେ ୪ କଂଗ୍ରେସ କର୍ମୀ ଓ ନେତାଙ୍କୁ ଉଠାଇନେଲା ଭଦ୍ରକ ଟାଉନ୍‌ ଥାନା ପୋଲିସ । ଭଦ୍ରକ ଜିଲ୍ଲା ଛତାବର ଟୋଲ ଗେଟ୍‌ ନିକଟରୁ ସମସ୍ତଙ୍କୁ ଉଠାଇ ନେଇଛି ପୋଲିସ । ସମସ୍ତଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ୍‌ ଥାନା ପୋଲିସ ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ଦଳୀୟ କାର୍ୟ୍ୟକ୍ରମ ସାରି ଫେରୁଥିଲେ । ଏହି ସମୟରେ ଦୁଇଟି ବୋଲରୋ ଗାଡିରେ ଟାଉନ୍‌ ପୋଲିସ ପହଞ୍ଚି ୪ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ଅନ୍ୟପଟେ ପୁରୁଣ ବଜାରରୁ ଅନ୍ୟ ଜଣେ କଂଗ୍ରେସର ଯୁବନେତାଙ୍କୁ ଉଠାଇ ଆଣି ଅଟକ ରଖିଛି ପୋଲିସ । ତେବେ ଅଟକଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିଆସ ଅଲ୍ଲୀ, ଚାନ୍ଦବାଲି ବିଧାନସଭା ଯୁବ କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି ଓ କଂଗ୍ରେସ ନେତା ରିଆଜ ଖାନ ଅଛନ୍ତି । ଏମାନଙ୍କୁ କାହିଁକି ଟାଉନ ଥାନା ପୋଲିସ ଅଟକ ରଖିଛି । ସେନେଇ କୌଣସି ସୂଚନା ମିଳିନାହିଁ ।