ନୂଆ ଓ କାର୍ଯ୍ୟକ୍ରମରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି

ପୂର୍ବ ବିଜେଡି ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର

ନୂଆ ଓ କାର୍ଯ୍ୟକ୍ରମରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି

ମୋହନ ଛାଟ । ପୂର୍ବ ବିଜେଡି ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର ।  UG ଓ PG ଷ୍ଟୁଡେଣ୍ଟସ ନାଁ ରେ ଆସିବ ନୂଆ ଯୋଜନା । ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର । ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି କହିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । 

ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥ‌ିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବେ ସରକାର । ପୂର୍ବର ବିଜେଡି ସରକାର ନାଚ ଗୀତରେ ଉଡାଇଥିଲେ କୋଟି କୋଟି ଟଙ୍କା । କଲେଜରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି ।