ବିଜୁଙ୍କ ନାଁରେ ହେବ ବିଶ୍ବସ୍ତରୀୟ ଏରୋସ୍ପେ ସେଣ୍ଟର, ଡାକୋଟା ସ୍ଥାନାନ୍ତର ପାଇଁ ଖର୍ଚ୍ଚ ହେଲା ୩.୩୬ କୋଟି

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବରିଶାଲଠାରେ ଏବେ ବିଶ୍ବସ୍ତରୀୟ ଏରୋସ୍ପେସ୍ ସଂଟର ସ୍ଥାପନ ହେବ ।

ବିଜୁଙ୍କ ନାଁରେ ହେବ ବିଶ୍ବସ୍ତରୀୟ ଏରୋସ୍ପେ ସେଣ୍ଟର, ଡାକୋଟା ସ୍ଥାନାନ୍ତର ପାଇଁ ଖର୍ଚ୍ଚ ହେଲା ୩.୩୬ କୋଟି

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବରିଶାଲଠାରେ ଏକ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଣ୍ଟର ସ୍ଥାପନ ହେବ । ଏଥିପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ କରିଛନ୍ତି । ସେହିପରି କୋଲକାତା ବିମାନ ବନ୍ଦରରେ ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ବିଜୁ ପଟ୍ଟନାୟକଙ୍କ ଡକୋଟା ବିମାନକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ୩.୩୬କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଶାଲଠାରେ ଥିବା ଦୀର୍ଘବର୍ଷ ପୁରୁଣା ଏୟାରଷ୍ଟ୍ରିପର ଆଧୁନିକୀକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିପାଇଁ ଏହି ଏୟାରଷ୍ଟ୍ରିପକୁ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଂଟର ଭାବେ ବିକଶିତ କରିବା ସହ ଏଠାରେ ସରକାରୀ ପାଇଲଟ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ(ଗତି) ଦ୍ୱାରା ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହେବ । ଏହି ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ଆଭିଏସନ୍ ସେଂଟର ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ମୋଟ ୧୮୮.୭୭ଏକର ଜମି ଅଧିଗ୍ରହଣ କରିବେ, ଯେଉଁଥିରେ ୨୭.୧୫ଏକର ଘରୋଇ ଜମି ରହିଛି ।