ପୁଣି ଚିକିତ୍ସାଧୀନ ହେଲେ ବରିଷ୍ଠ ରାଜନେତା ଡ଼. ଦାମୋଦର ରାଉତ,  

ପୁଣି ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବା ପରେ ସ୍ଥିର,

ପୁଣି ଚିକିତ୍ସାଧୀନ ହେଲେ ବରିଷ୍ଠ ରାଜନେତା ଡ଼. ଦାମୋଦର ରାଉତ,  

ଭୁବନେଶ୍ବର: ପୁଣି ଚିକିତ୍ସାଧୀନ ହେଲେ ବରିଷ୍ଠ ରାଜ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ସକାଳୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ୍ ଓ ସ୍କଆନଇଂ କରାଯାଇଥିଲା । ଯଦିଓ କୌଣସି ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇନାହିଁ କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ଡାକ୍ତର ରାଉତଙ୍କୁ ଘରେ ରଖାଯାଇ ଚିକିତ୍ସା କରାଯାଉଛି। ତେବେ ପୂର୍ବରୁ  ଛାତିରେ ଯନ୍ତ୍ରଣା ଅନୁଭବ ହେବାସହ ପାଣି ଜମି ରହିଥିବାରୁ କିମ୍ସ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଯେଉଁଥିରେ ଡ଼ଃ ରାଉତ୍ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ନିଜର ରାଜନୈତିକ କ୍ୟାରିଅର ର ଶେଷ ସମୟ ଏକ ଅବସାଦ ଓ ଅବଶୋଷ ରେ ଅତିବାହିତ ହେଉଥିବା ରୁ ଏନେଇ ନାନା ଚିନ୍ତା ପ୍ରକଟ କରି ସେ ଆହୁରି ଅସୁସ୍ଥ ଅନୁଭବ କରୁଥିବା ନେଇ ସୁଚନା ମିଳିଛି। ଏବେ ତାଙ୍କୁ ଘରେ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।