ଓଡିଶା ସରକାର କେନାଲରେ କାହିଁକି ଜଳ ଛାଡୁନାହାନ୍ତି:ବିଜୟ ପଟ୍ଟନାୟକ

ଟ୍ରିବ୍ୟୁନାଲ ରାୟ କେବେ ଆସିବ ପ୍ରଶ୍ନ କଲେ ବିଜୟ ପଟ୍ଟନାୟକ

ଓଡିଶା ସରକାର କେନାଲରେ କାହିଁକି ଜଳ ଛାଡୁନାହାନ୍ତି:ବିଜୟ ପଟ୍ଟନାୟକ

ମହାନଦୀ  ଟ୍ରିବ୍ୟୁନାଲ ଟିମ୍ ଗସ୍ତ ପୂର୍ବରୁ କଂଗ୍ରେସର ଟାର୍ଗେଟ । ଟ୍ରିବ୍ୟୁନାଲ ରାୟ କେବେ ଆସିବ ପ୍ରଶ୍ନ କଲେ ବିଜୟ ପଟ୍ଟନାୟକ । ଓଡିଶା ସରକାର ମହାନଦୀ ଜଳ ସଂରକ୍ଷଣ ପାଇଁ କି ପଦକ୍ଷେପ ନେଉଛନ୍ତି, ଓଡିଶା ସରକାର କେନାଲରେ କାହିଁକି ଜଳ ଛାଡୁନାହାନ୍ତି । ୭ଦିନ ମଧ୍ୟରେ ଜଳ ନଛାଡିଲେ କଂଗ୍ରେସ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଶ୍ରୀ ପଟ୍ଟନାୟକ ଦେଇଛନ୍ତି । ।
ଅନ୍ୟପକ୍ଷରେ ମହାନଦୀ ଜଳ ସମସ୍ୟାନେଇ ପିସିସି ସଭାପତି  ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଦାୟୀ  କରିଛନ୍ତି ।  କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ,ଏଯାଏଁ କିଛି ବି ଲାଭ ହୋଇନି । ସେପଟେ କଂଗ୍ରେସ ବିତଣ୍ଡା ଯୁକ୍ତି କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ମହାନଦୀର ସୁରକ୍ଷା ପାଇଁ ଯାହା ଦରକାର ସରକାର କରୁଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର ।