ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ । ଆଜିର ଏହି ଖାସ ଦିନ ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସାରା ରାଜ୍ୟରେ ଦଳ ପକ୍ଷରୁ ଅନେକ କର୍ଯ୍ୟକ୍ରମ କରାଯାଉଛି ଆଜି ୨୬ ପୂରି ୨୭ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଓଡ଼ିଶାର ବିକାଶ, ଉନ୍ନତି, ସୁରକ୍ଷା, ମହିଳା ସଶକ୍ତିକରଣ ପାଇଁ ସବୁକିଛି କରିବାକୁ ଏବଂ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ପୂରଣ କରିବାକୁ ବିଜେଡି ଲକ୍ଷ ରଖିଛି । ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସାଇକେଲ୍ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଏବଂ ବୃକ୍ଷରୋପଣ ପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେହିପରି ରାଜ୍ୟର ସମସ୍ତ ନିର୍ବାଚନା ମଣ୍ତଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳୁ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜନ୍ମ ସ୍ଥାନ ତଥା କଟକ ଆନନ୍ଦ ଭବନରଠାରୁ ଭୁବନେଶ୍ୱର ବିମାନ ବନ୍ଦର ପର୍ଯ୍ୟନ୍ତ ଏକ ବିଶାଳ ସାକେଲ ଶୋଭାଯାତ୍ରା କରାଯାଇଛି ।

ଏହି ଆଞ୍ଚଳିକ ଦଳ ୨୭ ବର୍ଷ ମଧ୍ୟରେ ଅନେକ ରେକର୍ଡ ସୃଷ୍ଟି କରିଛି , ଅନେକ ସଫଳତା ମଧ୍ୟ ହାସଲ କରିଛି । ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ମଜବୁତ ହେଉଛି । ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି । ତେବେ ଏହି ସଫଳତା କେବଳ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୁର୍ତ୍ତୀ ବା ବ୍ରାଣ୍ଡ ନବୀନ ପାଇଁ ସମ୍ଭବ ହୋଇପାରିଛି ବୋଲି ଚର୍ଚ୍ଚା ହୁଏ ।