ଆକ୍ସନ ମୋଡ଼ରେ ରାଜ୍ୟ ପରିବହନ ବିଭାଗ
ଆସନ୍ତାକାଲି ଠାରୁ ଆହୁରି କଡାକଡି ଚେକିଂ ହେବ ନାବାଳକ ଗାଡି ଚାଳନା

ଆସନ୍ତାକାଲି ଠାରୁ ଆହୁରି କଡାକଡି ଚେକିଂ ହେବ ନାବାଳକ ଗାଡି ଚାଳନା । ନାବାଳକ ଚଳାଉଥିବା ଗାଡି ରେଜିଷ୍ଟ୍ରେସନ ବର୍ଷକ ପାଇଁ ବାତିଲ ହେବ । ସଂପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ନାହିଁ । ଅବିଭାବକଙ୍କ ନାମରେ ମାମଲା କରିବ ବିଭାଗ ।
ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବ ଏସଟିଏ। ପ୍ରତି ଗାଡିରୁ ୨୫ ହଜାର ଫାଇନ ଆଦାୟ ବ୍ୟବସ୍ଥା ରହିଛି । ପ୍ରକାଶ ଯେ, ଗତ ତିନି ବର୍ଷରେ ରାସ୍ତା ଦୁର୍ଘଟଣାରେ ୬୫୩ ନାବାଳକଙ୍କ ମୃତ୍ୟୁ ହୋଇଛି । ସେଥି ମଧ୍ୟରେ ଅଛନ୍ତି ୫୪୧ ବାଳକ ଓ ୧୧୨ ବାଳିକା । ଏହି ଦୁର୍ଘଟଣାରେ ୧୮୯୫ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ଦିନ ଧରି ନାବାଳକ ଗାଡି ଚାଳକଙ୍କ ପାଇଁ ଏସଟିଏର ସ୍ପେଶାଲ ଡ୍ରାଇଭ କରାଯାଇଛି। ଗତ ଦୁଇ ଦିନରେ ୩୩୪ ଟି ଚାଲାଣ କରିଛି ଏନଫୋର୍ସ ଟିମ। ଦୁଇ ଦିନରେ ୧୩୮ ଟି ଗାଡି ଜବତ ହୋଇଛି ।