ଲୋୟର ପିଏମଜିରେ ଖଡ଼ଗେଙ୍କ ସମାବେଶ

ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି

ଲୋୟର ପିଏମଜିରେ ଖଡ଼ଗେଙ୍କ ସମାବେଶ

ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥ ଲୋୟର ପିଏମଜିରେ ଏକ ବିଶାଳ ସମାବେଶ ହେବ । ଯେଉଁଥିରେ ବ୍ଲକ ଓ ବୁଥସ୍ତରରୁ କର୍ମକର୍ତ୍ତା ସାମିଲ ହେବେ । ଖଡ଼ଗେ ନିଜର ଏହି ଗସ୍ତ ସମୟରେ ୧୭ଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରିବେ । ଏହାଛଡ଼ା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ରୁଟ ସମ୍ପର୍କରେ ବି ସମୀକ୍ଷା କରିବାର କାର୍ଯ୍ୟକମ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଜୟଦେବ ଜେନା ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ୨୯ ତାରିଖରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡଗେ । କାର୍ୟ୍ୟକ୍ରମରେ ଓଡିଶାର ବୁଥ୍ କମିଟି, ଜିଲ୍ଲା ସଭାପତି, ବ୍ଲକ୍ ସଭାପତିଙ୍କ ସହ ୫୦ ହଜାର ଲୋକ ଉପସ୍ଥିତ ରହିବେ । ଏହି କାର୍ୟ୍ୟକ୍ରମରେ ବିଜେଡି ଓ ବିଜେପିର ଦୁର୍ନିତୀ, ନିର୍ବାଚନ ସମୟରେ ଅର୍ଥ ଓ ବାହୁବଳର ପ୍ରତିହତ ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଗାମୀ ଦିନରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ ।