ସବୁ ରାସନ କେନ୍ଦ୍ର ଯିବ ବିଜେପି: ଲେଖାଶ୍ରୀ

ବିଜେଡି ପକ୍ଷରୁ ବ୍ୟାଗ ବଣ୍ଟନକୁ ବିରୋଧ କରି ବିଜେପି ରାଜ୍ୟରେ ଥିବା ସବୁ ରାସନ କେନ୍ଦ୍ରକୁ ଯିବ ବୋଲି ବିଜେପି ନେତ୍ରୀ ତଥା ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି

ସବୁ ରାସନ କେନ୍ଦ୍ର ଯିବ ବିଜେପି: ଲେଖାଶ୍ରୀ

ବିଜେଡି ପକ୍ଷରୁ ବ୍ୟାଗ ବଣ୍ଟନକୁ ବିରୋଧ କରି ବିଜେପି ରାଜ୍ୟରେ ଥିବା ସବୁ ରାସନ କେନ୍ଦ୍ରକୁ ଯିବ ବୋଲି ବିଜେପି ନେତ୍ରୀ ତଥା ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

େସେ କହିଛନ୍ତି ଯେ ବିଜେଡି ହେଉଛି କପି-ପେଷ୍ଟ ସରକାର । କେନ୍ଦ୍ର ଅର୍ଥରେ ବିଜେଡି ଶ୍ରେୟ ନେବାକୁ ପ୍ରୟାସ କରୁଛି । ଆଗରୁ କଂଗ୍ରେସ ଓ ବିଜେଡି ‘ଏ’ ଓ ‘ବି’ ଟିମ ଭାବେ କାର୍ଯ୍ୟ କରୁଥିଲେ । ବିଜେଡି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛି । ଯାହାକୁ ନେଇ ବିଜେପି ସବୁବେଳେ ଅଭିଯୋଗ କରିଆସୁଛି । ଚାଉଳ ମୋଦୀ ଦେଉଛନ୍ତି କିନ୍ତୁ ଏହାର ଶ୍ରେୟ ବିଜେଡି ନେବାକୁ ଚାହୁଁଛି । ୩କୋଟି ୨୭ ଲକ୍ଷ ଲୋକଙ୍କୁ ମୋଦୀ ମାଗଣା ଚାଉଳ ଦେଉଛନ୍ତି ।

ତେବେ ବିଜେଡି ଶଙ୍ଖ, ସରକାରଙ୍କ ଲଗୋ ଓ ୫-ଟି ଚିହ୍ନଟ ଲଗାଇ ବାଣ୍ଟୁଛି ।  ଏନେଇ ବିଜେପି ପ୍ରତ୍ୟେକ ରାସନ କେନ୍ଦ୍ର ଓ ସବୁ ଘରକୁ ଯିବ ବୋଲି ବିଜେପି ନେତ୍ରୀ ତଥା ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।