ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ୟ୍ୟନ୍ତ ଯାଇଥିଲା । ଏକ କିଲୋମିଟର ଲମ୍ବ ତ୍ରିରଙ୍ଗାକୁ ଧରି ଶୋଭାଯାତ୍ରାରେ ଯାଇଥିଲେ ବିଜେପି ନେତା ଓ କର୍ମୀ । କାର୍ୟ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ଓ ଜିଲ୍ଲା ବିଜେପିର କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ ।