ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୫
ନୂତନ ବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି ।

ନୂତନ ବର୍ଷରେ ଜାପାନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପଶ୍ଚିମ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ଼ କରାଯାଇଥିବା ଜାପାନ ମୌସୁମୀ ବିଜ୍ଞାନ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଜାପାନରେ ସୁନାମୀର ଚେତାବନୀ ମଧ୍ୟ ଜାରି କରାଯାଇଛି ।