ଖୋଲିଲା ହୀରାକୁଦ ଗେଟ୍ : ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍

ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍। ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ଆଉ ମହାନଦୀ ତଳିଆ ଅଞ୍ଚଳରେ ଥିବା ୧୪ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି ।
ସୂଚନ ମୁତାବିକ, ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାଶ୍ୱର୍ ଅର୍ଥାତ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍ୱେକୁ ଖୋଲାଯାଇଛି । ପରେ ୩ଟି ପର୍ଯ୍ୟାୟରେ ୨୦ ଗେଟ୍ ଖୋଲାଯିବ। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୧୭.୨୯ ଫୁଟ୍ ଛୁଇଁଛି ଜଣାପଡିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଦ୍ରୁତଗତିରେ ଭର୍ତ୍ତି ହେଉଛି ଜଳଭଣ୍ଡାର । ବର୍ତ୍ତମାନ ସେକେଣ୍ଡ ପ୍ରତି ୧୫ ହଜାର ଘନ ଫୁଟ୍ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ୨ଲକ୍ଷ ୭୮ ଲକ୍ଷ ଘନ ଫୁଟ୍ ଜଳ ପ୍ରବେଶ କରୁଛି।
ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯିବ। ବାମ ପାର୍ଶ୍ବ ୫ଟି, ଡାହଣ ପାର୍ଶ୍ବରୁ ୨ଟି ଗେଟ୍ ଖୋଲାଯିବ।ମଧ୍ୟାହ୍ନ ୧୨ଟାରେ ଆଉ ୭ ଟି ଗେଟ୍ ଖୋଲାଯିବ। ଅପରାହ୍ନ ୨ଟା ଆଉ ୭ଟି ଗେଟ୍ ଖୋଲିବ ବୋଲି ଜଣାପଡିଛି।
ହୀରାକୁଦ ଛାଡ଼ା ଯାଉଥିବା ପାଣି ତଳମୁଣ୍ଡରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ହେଲେ ପାଣି ଛଡ଼ାଯିବା ପରେ ମହାନଦୀରେ ସ୍ରୋତ ବଢ଼ିବ । ତେଣୁ ତଳମୁଣ୍ଡର ୧୨ ଜିଲ୍ଲାକୁ ସତର୍କ କରାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।