ଡାକ୍ତର ଦାମୋଦର ରାଉତଙ୍କର ୮୨ ତମ ଜନ୍ମ ଜୟନ୍ତୀ

ଡାକ୍ତର ଦାମୋଦର ରାଉତ ଙ୍କ ୮୨ତମ ଜନ୍ମତିଥି ପାଳନ ଅବସରରେ ଦାମୋଦର ଜୟନ୍ତୀ କମିଟି ପକ୍ଷରୁ ସମୂହ ଦୀପଦାନ ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ

ଡାକ୍ତର ଦାମୋଦର ରାଉତଙ୍କର  ୮୨ ତମ ଜନ୍ମ ଜୟନ୍ତୀ

ଓଡ଼ିଶା ରାଜନୀତିର ବରିଷ୍ଠ ରାଜନେତା ଓ ମୋର ନମସ୍ୟ  ପୁର୍ବତ୍ତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଜନ୍ମଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଭଗବାନ ତାଙ୍କୁ ସୁସ୍ଥ ରଖିବା ସହିତ ପାରାଦୀପ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ମୁଣ୍ଡ ଉପରେ ତାଙ୍କ ଆଶୀର୍ବାଦର ହାତ ରହିଥାଉ।

ଏହି ଅବସରରେ ବରିଷ୍ଠ ଆଇନ ଜୀବି ସୁରେଶ ଚନ୍ଦ୍ର ଦାସ ଡାକ୍ତର ରାଉତ ଙ୍କୁ ଭେଟି ଜନ୍ମଦିନ ର ଶୁଭେଚ୍ଛା ଜଣାଇବା ସହ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । 

ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକଦା ରାଜ୍ୟ ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି । ଶ୍ରୀ ରାଉତଙ୍କ ଅସୁସ୍ଥ ଖବର ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭରିଦେଇଛି ।

ସୂଚନା ମୁତାବକ, ବରିଷ୍ଠ ନେତା ଶ୍ରୀ ରାଉତ ଅସୁସ୍ଥ ଅଛନ୍ତି । ତେଣୁ ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଆଜି ଶ୍ରୀ ରାଉତଙ୍କର ଜନ୍ମଦିନ ହୋଇଥିବାରୁ ଏହି ଅବସରରେ କିଛି ଶୁଭେଚ୍ଛୁ ତାଙ୍କୁ ମେଡିକାଲରେ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଆରୋଗ୍ୟ କାମନା କରିଛନ୍ତି ।

ଶ୍ରୀ ରାଉତ ରାଜ୍ୟ ରାଜନୀତିର ଜଣେ ଆଗଧାଡ଼ିର ଟାଣୁଆ ନେତା । ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ । ଏକଦା ତାଙ୍କୁ ବିଜେଡିର ତୁଣ୍ଡ ବୋଲି କୁହାଯାଉଥିଲା । ସେ ବିଜେଡି ଟିକେଟରେ ୭ ଥର ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ନିଜର ରୋକଠୋକ୍ ବୟାନକୁ ନେଇ ଶ୍ରୀ ରାଉତ ସର୍ବଦା ଚର୍ଚ୍ଚାରେ ରହିଥିଲେ ।

ଡାକ୍ତର ଦାମୋଦର ରାଉତ ଙ୍କ ୮୨ତମ ଜନ୍ମତିଥି ପାଳନ ଅବସରରେ ଦାମୋଦର ଜୟନ୍ତୀ କମିଟି ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବା ସହିତ କୁଜଙ୍ଗ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଗଲା।