ପୋଲିସର ଅତର୍କିତ ଚଢ଼ାଉ, ଘରୁ ଜବତ କଲା ୩ଟି ଦେଶୀ ବନ୍ଧୁକ

ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ କରି ତିନୋଟି ଦେଶୀ ବନ୍ଧୁକ ଜବତ ହୋଇଛି।

ପୋଲିସର ଅତର୍କିତ ଚଢ଼ାଉ, ଘରୁ ଜବତ କଲା ୩ଟି ଦେଶୀ ବନ୍ଧୁକ

ଗଜପତି ଜ଼ିଲ୍ଲା ଅଡବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ କରି ତିନୋଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ଗ୍ରାମର ପ୍ରମୋଦ ମଳିକଙ୍କ ଘରେ ଦେଶୀ ବନ୍ଧୁକ ଥିବା ନେଇ ପାଇ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡିଛି । ଘରେ ଶିକାର ଉଦ୍ଦେଶ୍ୟରେ ଉକ୍ତ ବନ୍ଧୁକ ଗୁଡିକ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।