ନୋଏଡାର ଗ୍ୟାଙ୍ଗଷ୍ଟାର ରବି କାନା ଥାଇଲ୍ୟାଣ୍ଡରୁ ଗିରଫ
ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା

ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା । ସ୍କ୍ରାପ ମାଫିଆ ରବି କାନାକୁ ଥାଇଲାଣ୍ଡର ବ୍ୟାଙ୍କକରୁ ଗିରଫ କଲା ପୋଲିସ । ଦୀର୍ଘଦିନରୁ ଫେରାର ଥିବା ରବି ଥାଇଲ୍ୟାଣ୍ଡରେ ଲୁଚିଥିଲା । ଖୁବଶୀଘ୍ର ନୋଏଡା ପୋଲିସ ତାକୁ ଭାରତ ନେଇ ଫେରିବ ।
ଗ୍ୟାଙ୍ଗଷ୍ଟାର ରବି କାନା ବିରୁଦ୍ଧରେ ନୋଏଡା ପୋଲିସର ଅଭିଯାନ ଜାରି ରହିଛି । ଗତ କିଛି ଦିନ ପୂର୍ବରୁ ପୋଲିସ ତା ସ୍ତ୍ରୀକୁ ଗିରଫ କରିଥିଲା ।
ସ୍କ୍ରାପ ବ୍ୟବସାୟ କରୁଥିବା ରବି ଅପରାଧ ଜଗତରେ ବେଶ୍ ସକ୍ରିୟ ଥିଲା । ଗଣଦୁଷ୍କର୍ମ ମାମଲାରେ ବି ରବିର ନାଁ ସାମିଲ ଥିଲା । ଗତ ଜାନୁଆରୀରେ ରବି ସମେତ ୧୫ ଜଣ ଗ୍ୟାଙ୍ଗଷ୍ଟାର ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗତବର୍ଷ ଡିସେମ୍ବରରେ ଦୁଷ୍କର୍ମ ମାଲାରେ ଅଭିଯୁକ୍ତ ଥିଲା ରବି । ଗାର୍ଡେନ ଗ୍ୟାଲେରିଆ ମଲ୍ର ପାର୍କିଂରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ରବିଙ୍କ ନାଁରେ ଅଭିଯୋଗ ହୋଇଥିଲା ।