ପିଏମ କିଷାନ ନିଧି

ବୁଧବାର ଜାରି ହେବ ପିଏମ କିଷାନ ନିଧିର ଆଗାମୀ କିସ୍ତି। ନଭେମ୍ବର ୧୫ର ଅର୍ଥାତ୍ ଆସନ୍ତାକାଲି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି ଜାରି କରିବେ। ଝାଡ଼ଖଣ୍ଡର ଖୁଣ୍ଟିରୁ ସକାଳ ସାଢ଼େ ୧୧ଟାରେ ଏହି ରାଶି ଚାଷୀଙ୍କ ପାଇଁ ଜାରି ହେବ।
ଏହା ପୂର୍ବରୁ ୨୦୨୩ ଜୁଲାଇ ୨୭ରେ ପିଏମ ମୋଦୀ ଗୁଜରାଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର ୧୪ତମ କିସ୍ତି ଜାରି କରିଥିଲେ। ସେତେବେଳେ ୩.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାରେ ୧୭ ହଜାର କୋଟି ଟଙ୍କାର ଟ୍ରାନ୍ସଫର କରାଯାଇଥିଲା।
ପିଏମ କିଷାନ ଯୋଜନା ଅନୁଯାୟୀ, ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ତିନି କିସ୍ତିରେ ଦିଆଯାଏ। ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ବିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଜାରି ହୋଇଥାଏ।