ମଝି ଆକାଶରେ ୨ଟି ହେଲିକପ୍ଟର ଦୁର୍ଘଟଣା; ୧୦ ଯବାନ ସହିଦ

ମଙ୍ଗଳବାର ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମଝି ଆକାଶରେ ୨ଟି ହେଲିକପ୍ଟର ଦୁର୍ଘଟଣା; ୧୦ ଯବାନ ସହିଦ

ମଙ୍ଗଳବାର ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୟାବହ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ମାଲେସିଆ ନୌସେନାର ୯୦ତମ ବାର୍ଷିକ ଉତ୍ସବ ପାଇଁ ରୟାଲ ମାଲେସିଆନ୍‌ ନାଭାଲ ପରେଡ୍‌ ପାଇଁ ପେରାକର ଲୁମୁଟ୍‌ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲୁଥିଲା।

ମଙ୍ଗଳବାର ଦିନ ୯.୩୨ ସମୟରେ ଏଚଓଏମ (ଏମ୫୦୩-୩) ହେଲିକପ୍ଟର ଫେନେକ ହେଲିକପ୍ଟରର ରୋଟର ସହିତ ହଠାତ ଧକ୍କା ହୋଇଥିଲା।

ମଝି ଆକାଶରେ ଅଭ୍ୟାସ ଚାଲିଥିବ‌ା ବେଳେ ଘଟିଥିବା ଦୁର୍ଘଟଣାରେ ଫେନେକ ହେଲିକପ୍ଟର ନିକଟରେ ଥିବା ଏକ ସୁଇମିଂ ପୁଲରେ ଖସି ପଡ଼ିଥିବା ବେଳେ ଅନ୍ୟଟି ଲୁମୁଟ ନୌସେନା ଘାଟିର ଷ୍ଟାଡିୟମରେ ଯାଇ ଖସିଥିଲା। ଦୁଃଖର ବିଷୟ ଦୁର୍ଘଟଣାଗସ୍ତ ହୋଇଥିବା ଦୁଇଟି ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଏ ସମସ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ଯବାନଙ୍କୁ ଉଦ୍ଧାର କରି ପରିଚୟ ପାଇଁ ଲୁମୁଟ ସେନା ହସ୍ପିଟାଲକୁ ପଠାଇ ଦିଆଯାଇଛି।