ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ
ଷଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଷଷ୍ଠ ଥର ପାଇଁ ହିଞ୍ଜିଳି ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟନିଂ ଅଫିସର ପାର୍ଥ ସାରଥୀ ହଂସଦାଙ୍କ ନିକଟରେ ନାମାଙ୍କନ ପତ୍ର ଭରିଥିଲେ । ଉପସ୍ଥିତ ଅଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ଭି.କେ.ପାଣ୍ଡିଆନଙ୍କ ସମେତ ମନ୍ତ୍ରୀ ବିକ୍ରମ କୁମାର ଆରୁଖ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ, କବିସୂର୍ଯ୍ୟନଗର ପ୍ରାର୍ଥୀ ଲତିକା ପ୍ରଧାନ, ଛତ୍ରପୁର ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ପୋଲସରା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, ସୋରଡା ବିଧାୟକ ପୂର୍ଣ୍ଣ ସ୍ବାଇଁ, ସୋରଡା ପ୍ରାର୍ଥୀ ସଂଘମିତ୍ର ସ୍ବାଇଁ, ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବିଜେଡି ରାଜ୍ୟ ସମ୍ପାଦକ ନିର୍ମଳ ସାହୁ, ବିଜେଡି ନେତା ହର ସାହୁଙ୍କ ଓ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।








