୭ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର
ଆସନ୍ତା ୭ ତାରିଖରେ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ।

ଆସନ୍ତା ୭ ତାରିଖରେ ଝାରସୁଗୁଡା ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ନିର୍ବାଚନୀ ସଭା ସହ ରୋଡ ସୋ’ କରିବେ ଧର୍ମେନ୍ଦ୍ର । ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକାରେ ଧର୍ମେନ୍ଦ୍ରଙ୍କୁ ସାମିଲ କରିଥିଲା । ତେଣୁ ଭୋଟଗ୍ରହଣର ୨ ଦିନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ କରିଥିଲା । ତେବେ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଥିବା ବେଳେ ଅନ୍ୟ ୨ କେନ୍ଦ୍ରମନ୍ତ୍ରୀ କେବେ ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ ସେନେଇ ସୂଚନା ମିଳିନାହିଁ ।
ଗୋଟିଏ ପଟେ ଟଙ୍କଧରଙ୍କ ପାଇଁ ଧର୍ମେନ୍ଦ୍ର ୭ ତାରିଖରେ ପ୍ରଚାର କରିବାକୁ ଯାଉଥିବା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସେହି ସମାନ ଦିନ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ଦୀପାଳିଙ୍କ ପାଇଁ ନିର୍ବାଚନୀ ସଭା କରିବା ସହ ଭୋଟ ପାଇଁ ଅପିଲ କରିବେ । ତେଣୁ ଆସନ୍ତା ୭ ତାରିଖରେ ଝାରସୁଗୁଡାରେ ହାଇଭୋଲଟେଜ ପ୍ରଚାର ଦେଖିବାକୁ ମିଳିବ ।