ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ
ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ ଡେଙ୍ଗୁ ମଶାଠୁ ରକ୍ଷା କରିବ ଏହି ସବୁ ଗଛ

ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ । ଏଥିରୁ ବର୍ତ୍ତିବା ପାଇଁ ଅନେକ ଆପଣାଉଛନ୍ତି ବିଭିନ୍ନ ଉପାୟ । କିନ୍ତୁ ଏପରି କିଛି ଗଛ ରହିଛି ଯାହାକୁ ଘର ପାଖରେ ଲଗାଇଲେ ଡେଙ୍ଗୁରୁ ମିଳିବ ମୁକ୍ତି ।
ନିମ ବୃକ୍ଷ । ଏହା କେବଳ ଔଷଧୀୟ ଗୁଣ ପାଇଁ ଜଣାଶୁଣା ନୁହେଁ ବରଂ ଏହା ଘରୁ କୀଟମାନଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିଥାଏ ।
ପୁଦିନା ଗଛ । କେବଳ ଏହାର ସୁଗନ୍ଧ ଏବଂ ସ୍ୱାଦ ପାଇଁ ଜଣାଶୁଣା ନୁହେଁ ବରଂ ଏହି ଗଛ କୀଟପତଙ୍ଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏହା କୀଟମାନଙ୍କର ଶତ୍ରୁ ଅଟେ । ଏହାକୁ ଘରର ଚାରିପାଖରେ ଲଗାଇ ପାରିବେ ।
ଡେଙ୍ଗୁ ମଶାଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସାଇଟ୍ରୋନେଲା ଗଛ ଲଗାଇବା ଉଚିତ୍ । ଏହାକୁ ଲଗାଇବା ଦ୍ବାରା କୌଣସି ମଶା ଘରର ପାଖ ମାଡନ୍ତିନି । ତେଣୁ ଏହାକୁ ଘର ଚାରିପାଖେ ଲଗାଇବା ଉଚିତ୍ ।