ଆଜି ପଖାଳ ଦିବସ , ପଖାଳ ଆସର ରେ ଗାଁ ଠୁ ସହର ଉତ୍ସବ ମୁଖର

ପଖାଳ ଦିବସ ପାଳନ ଅବସରରେ ଆଜି ରାଜ୍ୟ ଓ ଦେଶ ବିଦେଶରେ ମଧ୍ୟ ଜମୁଛି ପଖାଳ ଆସର: ସବୁଠି ଲୋକଙ୍କ ଭିତରେ ଉତ୍ସାହ

ଆଜି ପଖାଳ ଦିବସ , ପଖାଳ ଆସର ରେ ଗାଁ ଠୁ ସହର ଉତ୍ସବ ମୁଖର

ଆଜି ରାଜ୍ୟ ଓ ଦେଶବିଦେଶରେ ଜମୁଛି ପଖାଳ ଆସର: ସବୁଠି ଲୋକଙ୍କ ଭିତରେ ଉତ୍ସାହ

ଭୁବନେଶ୍ବର: ଆଜି ବିଶ୍ବ ପଖାଳ ଦିବସ। ଏହାକୁ ନେଇ ଗାଁଠୁ ସହର, ରାସ୍ତାକଡ଼ ଛୋଟିଆ ହୋଟେଲଠୁ ଆରମ୍ଭ କରି ବଡ଼ ବଡ଼ ତାରକା ହୋଟେଲ ଯାଏ ସବୁଠି ଜମିଛି ପଖାଳର ଆସର । ଓଡ଼ିଶାର ପଖାଳ କଂସା ଆଜି ସବୁଠି ଆଦର ସାଉଁଟୁଛି । ସେ ଗରିବଟିଏ ହେଉ କିମ୍ୱା ଧନୀ ସମସ୍ତଙ୍କ ଭୋକ ମେଣ୍ଟାଇଛି ପଖାଳ । ଆଉ ପଖାଳ ଖାଇବା ସମୟରେ ସମସ୍ତେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍‌ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି । ପଖାଳକୁ ନେଇ ଆମ ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରା ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପଖାଳ ଭୋଗ ଲାଗି କରାଯାଏ । କେବଳ ଆମ ରାଜ୍ୟରେ ନୁହେଁ, ବରଂ ଦେଶବିଦେଶରେ ବି ପଖାଳ ଦିବସ ପାଳିତ ହେଉଥିବାର ସୂଚନା ରହିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। କେବଳ ହୋଟେଲ, ରେସ୍ତୋରାଁ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେଉଛି। ଏହାକୁ ନେଇ ସବୁଠି ଲୋକଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହେଉଛି।