ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି

ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

ଓଡ଼ିଶା ଷ୍ଟାଫ ସିଲେକସନ କମିଶନ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀ କାଳୀନ ଆଦେଶରେ ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଏହାର ତଦନ୍ତ ନେଇ ଆଦେଶ ଦେଇଛନ୍ତି । କଲକତାର ଏକ ଘରୋଇ ଫାର୍ମରେ ଏହି ସରକାରୀ ପରୀକ୍ଷାର ପ୍ରଶ୍ନପତ୍ର ମୁଦ୍ରଣ ​ନେଇ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସଭିଲ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ନେଇ ଅଭିଯୋଗ ହୋଇଥିଲା । ଜୁଲାଇ ୧୬ ତାରିଖରେ ଏହି ପରୀକ୍ଷା ହୋଇଥିଲା । ପ୍ରଶ୍ନପତ୍ର ପ୍ରଘଟ ନେଇ ବାଲେଶ୍ବର ଏସପି ସ୍ପଷ୍ଟ କରିଥିଲେ । ପରେ ଓଏସଏସସି ଜୁଲାଇ ୨୩ ତାରିଖରେ ଏହି ପରୀକ୍ଷାକୁ ବାତିଲ କରି ଦେଇଥିଲେ । ତେବେ ଜୁଲାଇ ୨୭ ତାରିଖରେ ବାଲେଶ୍ବର ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା।