ହିମାଚଳକୁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା

ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ୟ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିମାଚଳକୁ ନବୀନଙ୍କ ୫ କୋଟି ଟଙ୍କା ସହାୟତା ଘୋଷଣା

ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ୟ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଚିଠି ଲେଖି ରାଜ୍ୟରେ ଘଟିଥିବା ବିପର୍ୟ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ସହ ଭୂସ୍ଖଳନରେ ସ୍ଥିତି ବେହାଲ ହୋଇଛି। ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ବାୟୁସେନା ହେଲିକପ୍ଟର। ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଚଳିତବର୍ଷ ମୋଟ୍ ୧୭୦ରୁ ଅଧିକ ଥର ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୯ ହଜାର ୬୦୦ ଘର ଭାଙ୍ଗିଯାଇଛି। ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ହେଲା ସୋଲନ, ଶିମଲା, ମଣ୍ତି, ହମିରପୁର ଓ କାଙ୍ଗ୍ରା। ପ୍ରଭାବିତ ସ୍ଥାନରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।