'ଯବାନଙ୍କ ହାତ ବାନ୍ଧି ଦେଇଥିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି

'ଯବାନଙ୍କ ହାତ ବାନ୍ଧି ଦେଇଥିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି। ମଧ୍ୟ ପ୍ରଦେଶର ମୁରୈନାରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି ବିଜେପି ପାଇଁ ଦେଶ ଛଡା ଆଉ କିଛି ବଡ ନୁହେଁ, କିନ୍ତୁ କଂଗ୍ରେସ ପାଇଁ ପରିବାର ହିଁ ସବୁକିଛି। କଂଗ୍ରେସର ନୀତି ହେଉଛି ଯିଏ ଦେଶ ପାଇଁ ସବୁଠୁ ଅଧିକ ଯୋଗଦାନ କରିବ, ଅଧିକ ପରିଶ୍ରମ କରିବ, ଦେଶ ପାଇଁ ସମର୍ପିତ ରହିବ ତାକୁ ସମସ୍ତଙ୍କ ପଛରେ ରଖିବା।

ସେଥିପାଇଁ କଂଗ୍ରେସ ବର୍ଷ ବର୍ଷ ଧରି ସେନା କର୍ମଚାରୀଙ୍କ 'ୱାନ୍ ରାଙ୍କ ୱାନ୍ ପେନସନ' ଭଳି ଦାବିକୁ ପୂରର କରିନଥିଲା।

ଦେଶ ସ୍ବାଧୀନ ହେବା ସମୟରେ କଂଗ୍ରେସ ଧର୍ମ ନାଁରେ ଦେଶରେ ବିଭାଜନ ସ୍ବୀକାର କରିଥିଲା। ମା’ ଭାରତୀଙ୍କ ହାତରୁ ଶିକୁଳି କାଢିବା ବଦଳରେ ମା’ଙ୍କ ହାତ କାଟି ଦେଇଥିଲା। ଦେଶର ଖଣ୍ଡଖଣ୍ଡ କରିଥିଲା, କିନ୍ତୁ କଂଗ୍ରେସ ସୁଧୁରିନଥିଲା । କଂଗ୍ରେସକୁ ଲାଗୁଛି ଏହା ତା’ର ଫାଇଦା ପାଇଁ ସଳର ରାସ୍ତା। ଆଜି ପୁଣିଥରେ କଂଗ୍ରେସ କ୍ଷମତା ପାଇବାକୁ ଛଟପଟ ହେଉଛି। ବିଭିନ୍ନ ପ୍ରକାର ଖେଳ ଖେଳିବା ହେଉଛି କଂଗ୍ରେସର ପଲିସି।

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏମ୍ପିର ଲୋକେ ଜାଣନ୍ତି ସମସ୍ୟାରୁ ଥରେ ପିଛା ହଟାଇବା ପରେ ତା‘ଠାରୁ ଦୂରେଇ ରହିବା ଦରକାର। କଂଗ୍ରେସ ହେଉଛି ଏଭଳି ବିକାଶ ବିରୋଧି ଓ ବହୁତ ବଡ଼ ସମସ୍ୟା। ଆମକୁ ସୀମାରେ ଥିବା ଯବାନଙ୍କ ସୁବିଧାର ଚିନ୍ତା ରହିଛି। କଂଗ୍ରେସ ସରକାର ଯବାନଙ୍କ ଯେଉଁ ହାତ ବାନ୍ଧି ରଖିଥିଲା, ଆମେ ତାକୁ ଖୋଲି ଦେଇଥିଲୁ। ଆମେ କହିଥିଲୁ ଗୋଟିଏ ଗୁଳିମାଡ଼ର ଜବାବରେ ୧୦ ହେବା ଉଚିତ୍ ।’