ଏହି ରେଳ ଦୁର୍ଘଟଣା ଦେଶର ତୃତୀୟ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି
ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି ଶୁକ୍ରବାର ବାଲେଶ୍ବରର ବାହାନଗା ଷ୍ଟେସନରେ ଘଟିଥିବା ଦେଶର ତୃତୀୟ ବଡ଼ ରେଳ ଦୁର୍ଘଟଣା

3rd Big Train Accident: ବର୍ତ୍ତମାନ ଏହି ରେଳ ଦୁର୍ଘଟଣାକୁ ଦେଶର ତୃତୀୟ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହା ପୂର୍ବରୁ ଦେଶ ଦୁଇଟି ବଡ଼ ଦୁର୍ଘଟଣା ଦେଖିସାରିଛି।
Big Train Accident: ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି ଶୁକ୍ରବାର ବାଲେଶ୍ବରର ବାହାନଗା ଷ୍ଟେସନରେ ଘଟିଥିବା ଦେଶର ତୃତୀୟ ବଡ଼ ରେଳ ଦୁର୍ଘଟଣା (3rd Big Train Accident)। ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର (Train Accident) ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୩୭ ରହିଥିବା ବେଳେ ଏବେ ତାହା ୨୮୮ରେ ପହଞ୍ଚି ଯାଇଛି।
ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ମଧ୍ୟ ସ୍ଥିତି ସମୀକ୍ଷା ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି।
ବର୍ତ୍ତମାନ ଏହି ରେଳ ଦୁର୍ଘଟଣାକୁ ଦେଶର ତୃତୀୟ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ଏହା ପୂର୍ବରୁ ଦେଶ ଦୁଇଟି ବଡ଼ ଦୁର୍ଘଟଣା ଦେଖିସାରିଛି।
ତେବେ ଆସୁଛନ୍ତି ଜାଣିବା ଏହି ଦୁର୍ଘଟଣା ବିଷୟରେ କିଛି କଥା...
ପ୍ରଥମ ବଡ଼ ରେଳ ଦୁର୍ଘଟଣା
୬ ଜୁନ୍, ୧୯୮୧
ସ୍ଥାନ: ବିହାରର ମାନ୍ସୀ
୮୦୦ରୁ ଅଧିକ ଯାତ୍ରୀଙ୍କୁ ଧରି ଆସୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ବିହାରର ମାନ୍ସୀ ଓ ସହର୍ସା ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଓଭରବ୍ରିଜ୍ ଅତିକ୍ରମ କରୁଥିବା ବେଳେ ପୂରା ଟ୍ରେନ୍ଟି ଖସି ପଡ଼ିଥିଲା ବାଗମତୀ ନଦୀ ଭିତରକୁ।
ଦ୍ବିତୀୟ ରେଳ ଦୁର୍ଘଟଣା
୨୦ ଅଗଷ୍ଟ, ୧୯୯୫
ସ୍ଥାନ: ଉତ୍ତର ପ୍ରଦେଶ ଫିରୋଜାବାଦ
ଉତ୍ତର ରେଳପଥର ଦିଲ୍ଲୀ-କାନପୁର ସେକ୍ସନରେ ସଙ୍ଗଠିତ ହୋଇଥିଲା ଭୟଙ୍କର ରେଳ ଦୁର୍ଘଟଣା। ଏକ ଯାତ୍ରୀବାହୀ ଟ୍ରେନ୍ ଆଉ ଏକ ଟ୍ରେନ୍କୁ ଧକ୍କା ଦେବାରୁ ୩୮୫ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ରେଳ ଧାରଣା ଅତିକ୍ରମ କରୁଥିବା ଏକ ନୀଳଗାଈକୁ ଧକ୍କା ଦେବା ପରେ ଅଟକି ଯାଇଥିଲା ଟ୍ରେନ୍। ଆଗରୁ ଆସୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ତାକୁ ଧକ୍କା ଦେଇଥିଲା।
ତୃତୀୟ ବଡ଼ ଦୁର୍ଘଟଣା
୨ ଜୁନ୍, ୨୦୨୩
ସ୍ଥାନ: ବାଲେଶ୍ବର ବାହାନଗା
ଚେନ୍ନାଇ-ହାଓଡ଼ା-ଯଶବନ୍ତପୁର ଏକ୍ସପ୍ରେସ୍ ସହ ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର ଧକ୍କା। ଦୁଇଟି ଟ୍ରେନର ୨୦ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଥିଲା। ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୩୭ ରହିଥିବା ବେଳେ ଏବେ ତାହା ୨୮୮ରେ ପହଞ୍ଚି ଯାଇଛି। ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି ।
ଭାରତରେ ବଡ଼ ରେଳ ଦୁର୍ଘଟଣା
-1981, ସହର୍ସା, ବିହାର, 800 ମୃତ, ପାସେଞ୍ଜର ଟ୍ରେନ ନଦୀ ଭିତରକୁ ଖସି ପଡ଼ିଥିଲା
-1995, ଫିରୋଜାବାଦ, ୟୁପି, 350 ମୃତ, କାଳିନ୍ଦୀ ଏକ୍ସପ୍ରେସକୁ ମାଡ଼ ଦେଇଥିଲା ପୁରୀରୁ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସ
-1999, ଗୈସାଲ, ପଶ୍ଚିମବଙ୍ଗ, 290 ମୃତ, ସିଗନାଲ ତ୍ରୁଟି ଯୋଗୁଁ ଗୋଟିଏ ଟ୍ରାକରେ ଆସିଯାଇଥିଲେ ଦୁଇଟି ଟ୍ରେନ
-1998, ଖାନ୍ନା, ପଞ୍ଜାବ, 212 ମୃତ, ଜମ୍ମୁ ତାଓ୍ବି-ସିଆଲଦା ଏକ୍ସପ୍ରେସ ଫ୍ରଣ୍ଟିଅର ଗୋଲଡେନ୍ ଟେମ୍ପଲ ମେଲ ସହ ଧକ୍କା
-2010, ପଶ୍ଚିମ ମେଦିନାପୁର, ପଶ୍ଚିମବଙ୍ଗ, 170 ମୃତ, ବିସ୍ଫୋରଣରେ ଜ୍ଞାନେଶ୍ବରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା
-2016, କାନପୁର, ୟୁପି, 150 ମୃତ, ଇନ୍ଦୋର-ପାଟନା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା
-2002, ଗୟା, ବିହାର, 140 ମୃତ, ନଦୀ ଉପରୁ ହାଓ୍ବଡା-ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ
-2005, ବଲିଗୋଣ୍ଡା, ତେଲେଙ୍ଗାନା, 114 ମୃତ, ଅଚାନକ ବନ୍ୟା ଆସିବାରୁ ବ୍ରିଜ ଭାସିଯାଇ ଦୁର୍ଘଟଣା