ରାହୁଲ ଗାନ୍ଧୀ ଅସୁସ୍ଥ ,ରଦ୍ଦ ହେଲା ନିର୍ବାଚନୀ ଗସ୍ତ
କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କର ମଧ୍ୟପ୍ରଦେଶ ସତନା ଗସ୍ତକୁ ସ୍ଥଗିତ କରିଦିଆଯାଇଛି । ତାଙ୍କ ସ୍ଥାନରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସତନା ଯାତ୍ରା କରିବେ । କଂଗ୍ରେସ ମଧ୍ୟପ୍ରଦେଶ ରାଜ୍ୟ ଅଧ୍ୟକ୍ଷ ଜିତୁ ପଟୱାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ରାହୁଲ ଗାନ୍ଧୀ ଅସୁସ୍ଥ ଥିବା କାରଣରୁ ଆଜି ସତନା ଆସି ପାରୁନାହାନ୍ତି ।
କଂଗ୍ରେସର ମିଡିଆ ସେଲ୍ ପ୍ରଭାରୀ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧୀ ଆଜି ସତନା ଓ ରାଞ୍ଚିରେ ନିର୍ବାଚନ ପ୍ରଚାର ଲାଗି ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ କିନ୍ତୁ ସେ ଅଚାନକ ଅସୁସ୍ଥ ହୋଇପଡିଲେ । ତେଣୁ ସେ ଏବେ ନୂଆଦିଲ୍ଲୀରୁ ବାହାରକୁ ଯାଇପାରିବେ ନାହିଁ ।
ଏଠାରେ ସୂଚାଇ ଦିଆଯାଇପାରେ କି ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇସାରିଛି । ୨୬ ଏପ୍ରିଲରେ ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।








