ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏଆଇ ବ୍ୟବହାର ହେଉନି ତ?: ସମୀର ମହାନ୍ତି
ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ସମାଲୋଚନା କଲା ବିଜେପି

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ସମାଲୋଚନା କଲା ବିଜେପି । ପ୍ରେସମିଟରେ ବିଜେପି ନେତା ସମୀର ମହାନ୍ତିଙ୍କ କଡା ସମାଲୋଚନା । ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଏ ଯୋଜନା ନୁହେଁ ତ? ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି । ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାମ ଦଳୀୟ କର୍ମୀ କରିବେ । ଏହା ବିଜୁ ଜନତା ଦଳର ଏକ ବଡ ଦୁର୍ନୀତିର ଯୋଜନା । ଆମ ଓଡିଶା ୫୦ ପର୍ସେଣ୍ଟ ପିସି ଓଡିଶା ହୋଇଛି କହିଲେ ସମୀର ମହାନ୍ତି । ରାଜ୍ୟ ସରକାର ଆଣିଥିବା ପୂର୍ବ ଯୋଜନା ଗୁଡିକ କୁଆଡେ ଗଲା । ପିଠା,ବିଜୁ ଯୁବ ବାହିନୀ,ବିଜୁ ଗାଁ ଗାଡି,ମୋ ସାଇକେଲ ସ୍ଥିତି ଏବେ କଣ? କ୍ୟାବିନେଟ ମିଟିଂକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି କି ବୋଲି ପ୍ରଶ୍ନ କଲେ ସମୀର ମହାନ୍ତି । ଏଆଇ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଛବି ଓ କଥା ବ୍ୟବହାର ହେଉନି ତ? ଏହା କହି କଡା ସମାଲୋଚନା କଲେ ସମୀର ମହାନ୍ତି ।